Knowledge Academy
Success is our Only Motto......
23/01/2026
ବୀଣାପାଣୀ ହଂସବାହିନୀ, ଭଗବତୀ ବିଦ୍ୟାଦାୟିନୀ ଭକତଜନଙ୍କୁ ସାହା ଦୟାମୟୀ ପଦ୍ମଆସନୀ II
ବସନ୍ତ ପଞ୍ଚମୀତଥା ବିଦ୍ଯାଦାତ୍ରୀ ସରସ୍ବତୀଙ୍କ ପୂଜା ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ II
14/11/2025
ଶିଶୁ ଦିବସ ୨୦୨୫
-------------------------
ଆଜି ପବିତ୍ର ଶିଶୁ ଦିବସ ଆମ ଅନୁଷ୍ଠାନରେ ପାଳନ କରାଯାଇଛି I ଏଥିରେ ବୃନ୍ଦାବନ ଧାମରୁ ଆସିଥିବା ପୂଜ୍ୟ ବାଞ୍ଛାବଟ ବାବା ,ମୋର ଗୁରୁ ରଘୁନାଥ ହୋତା ,ସୁରେଶ ବାରିକ ଏବଂ ଅମିତ କୁମାର ବାଗ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଚିତ ଉପଦେଶ ଦେଇଥିଲେ I ସମସ୍ତ ଗୁରୁଙ୍କ ଏପରି ଭଲପାଇବା ଏବଂ ଆଶୀର୍ବାଦ ସର୍ବଦା ଆମ ଉପରେ ରହିଥାଉ II
15/08/2025
ଏକତାର ଅଭାବ ଯେଉଁଠି ନୂତନ ସଂକଟ ଆଣିଥାଏ, ସମସ୍ତଙ୍କର ସାମୁହିକ ପ୍ରୟାସ ଦେଶକୁ ନୂତନ ଶିଖରକୁ ନେଇ ଯାଇଥାଏ ।
୭୯ ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ I
ପବିତ୍ର ସ୍ୱାଧୀନତା ଦିବସରେ ଆମ ଉପଦେଷ୍ଠା ରଘୁନାଥ ହୋତା ,ସୁରେଶ ବାରିକ ଏବଂ ହରି ଖେତୀ (ସରକାରି ବାଳିକା ଉଚ୍ଚ ବିଦ୍ୟାଳୟ) ଶିକ୍ଷକ ଯୋଗ ଦେଇଥିଲେ I ଏଠାରେ ମୁଖ୍ୟ ଅତିଥି ଭାବେ ସୁରେଶ ବାରିକ ପତାକା ଉତ୍ତୋଳନ କରିଥିଲେ I ଶେଷରେ ଏକ ରାଲି ମଧ୍ୟ କରାଯାଇଥିଲା I
02/06/2025
ନଲେଜ୍ ଏକାଡେମି ର ଅଷ୍ଟମ ବାର୍ଷିକ ଉତ୍ସବ
-------------------------------------------------------
୨୦୧୭ ଜୁନ୍ ୧ ତାରିଖରେ ଆରମ୍ଭ ହୋଇଥିବା ନଲେଜ୍ ଏକାଡେ଼ମୀ ଆଜି ନବମ ବର୍ଷରେ ପଦାର୍ପଣ କରିଛି I ଅଷ୍ଟମ ବର୍ଷ ପୂର୍ତ୍ତି ଅବସରରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି I ଏହି ଉତ୍ସବ ପ୍ରତିଷ୍ଠାତା ପ୍ରିତମ ବରାଡ଼ ଙ୍କ ଦ୍ୱାରା ଆୟୋଜିତ ହୋଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରି କେ.ଭି.ସିଂଦେଓ ,ସ୍ଥାନୀୟ ବିଜେପି ନେତା ଗୋପାଲଜୀ ପାଣିଗ୍ରାହୀ , ସମ୍ମାନିତ ଅତିଥି ତଥା ମୋର ଗୁରୁ ରଘୁନାଥ ହୋତା ,ଦିଗାମ୍ବର ତ୍ରିପାଠୀ, ବିକାଶ ରଞ୍ଜନ ସାହୁ, ଅମିତ କୁମାର ବାଗ ଯୋଗ ଦେଇଥିଲେ I ସଭାକୁ ପରିଚାଳନା କରିଥିଲେ ଲୋପାମୁଦ୍ରା ମିଶ୍ର I ଚଳିତ ବର୍ଷ ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀ ରେ ସର୍ବାଧିକ ମାର୍କ ରଖି ଥିବା ଦୁଇ ଜଣ ଛାତ୍ରୀ (ଇତିଶ୍ରୀ ବରାଡ଼ 10th , ପ୍ରିୟଙ୍କା ସାହୁ +2 )ଙ୍କୁ ମୁଖ୍ୟ ଅତିଥି ଙ୍କ ହସ୍ତରୁ ପୁରସ୍କାର ବିତରଣ କରାଗଲା I ଛାତ୍ରଛାତ୍ରୀ ମାନେ ଗୀତ ନୃତ୍ଯ ପରିବେଷଣ କରି ମଞ୍ଚକୁ ଦୋହଲାଇ ଦେଇଥିଲେ I ଶେଷରେ ପ୍ରତିଷ୍ଠାତା ପ୍ରିତମ ବରାଡ଼ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ I
ସମସ୍ତ ଅତିଥିଙ୍କୁ ଧନ୍ୟଵାଦ I
❤️ଜୁନ୍ ୧ ଆମର୍ ଦିନ❤️
❤️ନଲେଜ୍ ଏକାଡେ଼ମୀ ପରିବାର❤️
Click here to claim your Sponsored Listing.
Category
Contact the school
Telephone
Website
Address
Rameswarnagar
Balangir