Balasore Local News
Welcome to our BALASORE LOCAL NEWS
Follow for latest news update from
BALASORE
ଯାହା ଦେଖେ ତାହା ଦେଖାଏ
#ମୁଖ୍ୟମନ୍ତ୍ରୀଙ୍କୁ_ଗାର୍ଡ_ଅଫ_ଅନର
#
#ରୋଜଗାର_ପାଇଁ_ବାଜିରେ_ଜୀବନ
ଗୋଟିଏ ପଟେ ଜୀବନ। ଆଉ ଅନ୍ୟପଟେ ଜୀବିକା। ନଦୀ ପାର ହେବାକୁ ଡଙ୍ଗା ହିଁ ଭରଷା। ପୋଲ ଅଛି ହେଲେ ୪୦ କିଲୋମିଟର ଅତିକ୍ରମ କରିବାକୁ ପଡ଼ିବ। ଏନେଇ ପରଖି, ପନ୍ତା, ତାଳବରାଇ, ଦୁବୁଲାଗଡି, ବାହାବଳପୁର ଆଦି ଅଞ୍ଚଳରୁ ଜୀବିକା ପାଇଁ କେବଳ ପୁରୁଷ ନୁହନ୍ତି ଶହଶହ ମହିଳା ସକାଳ ସମୟରେ ଡଙ୍ଗାରେ ନଦୀ ପାରି ହୋଇ ବଳରମରମଗଡି ଆସିଥାନ୍ତି। ଆଉ ପୁଣି ସଂନ୍ଧ୍ୟାରେ ଘରକୁ ଫେରନ୍ତି। ଘଡଘଡି, ବର୍ଷା ଓ ପବନ ହେଲେ ଡଙ୍ଗା ଚାଲେନି। ସେତେବେଳେ ଘରକୁ ଫେରିବା ନେଇ ସମସ୍ତେ ଚିନ୍ତାରେ ଥାଆନ୍ତି। ସରକାରଙ୍କ ପକ୍ଷରୁ ବଳରାମଗଡିରେ ପୋଲ ନିର୍ମାଣ ନେଇ ଜାଣିବାପରେ ସ୍ଥାନୀୟ ଅଞ୍ଚଳରେ ଘରେ ଘରେ ଖୁସିର ମାହୋଲ ଦେଖିବା ପାଇଁ ମିଳିଥିଲା। ହେଲେ ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ ହୋଇପାରିନାହିଁ। ଲୋକଙ୍କ ମଧ୍ୟରେ ଏବେ ଏ ପ୍ରଶ୍ନ ଉଠିଛି କେବେ ନିର୍ମାଣ ହେବ ପୋଲ? କେବେ ଦୂର ହେବ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକଙ୍କ ଦୁଃଖ?
#
Click here to claim your Sponsored Listing.
Category
Website
Address
Balasore