Dr Rabindra Narayan Behera

Dr Rabindra Narayan Behera

Share

Member of Parliament, BJP, Jajpur Loksabha,Head International Relations, BJPOdisha,StateExecutive Body Member, ExSr Technical Director NIC

04/06/2026

ପ୍ରିୟ ଓଡ଼ିଶାବାସୀ,🙏

ଆଜି, ଜୁନ୍ ୪, ଓଡ଼ିଶାର ରାଜନୈତିକ ଇତିହାସରେ ଏକ ସ୍ମରଣୀୟ ଦିବସ। ଦୁଇ ବର୍ଷ ପୂର୍ବେ ଆପଣମାନେ ପରିବର୍ତ୍ତନ, ସୁଶାସନ ଓ ବିକାଶ ସପକ୍ଷରେ ଐତିହାସିକ ଜନମତ ଦେଇ ଭାରତୀୟ ଜନତା ପାର୍ଟିକୁ ସେବା କରିବାର ସୁଯୋଗ ପ୍ରଦାନ କରିଥିଲେ।

ଆପଣମାନଙ୍କ ଆଶୀର୍ବାଦ ଓ ବିଶ୍ୱାସ ବଳରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ନେତୃତ୍ୱରେ ଆମ ଡବଲ୍ ଇଞ୍ଜିନ ସରକାର ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାରେ ବିକାଶ, ସ୍ୱଚ୍ଛ ପ୍ରଶାସନ ଓ ଜନକଲ୍ୟାଣର ଏକ ନୂଆ ଅଧ୍ୟାୟ ରଚନା କରିଛି। ଗରିବ, କୃଷକ, ମହିଳା, ଯୁବକ ଓ ସମାଜର ପ୍ରତ୍ୟେକ ବର୍ଗର କଲ୍ୟାଣ ପାଇଁ ଆମେ ନିଷ୍ଠାର ସହ କାର୍ଯ୍ୟ କରିଚାଲିଛୁ।

ଆପଣମାନଙ୍କର ଅତୁଟ ସମର୍ଥନ ଓ ସ୍ନେହ ଆମକୁ ଆହୁରି ଅଧିକ ସେବା କରିବାକୁ ପ୍ରେରଣା ଦେଉଛି। ଆସନ୍ତୁ, ଆମେ ସମସ୍ତେ ମିଳିତ ଭାବେ ‘ବିକଶିତ ଭାରତ’ ସହ ‘ସମୃଦ୍ଧ ଓଡ଼ିଶା’ ଗଠନର ସଂକଳ୍ପକୁ ସାକାର କରିବା
ଆଜିର ଏହି ଦିନଟି ମୋ ଜୀବନର ଏକ ଅବିସ୍ମରଣୀୟ ଅଧ୍ୟାୟ । ଆପଣମାନଙ୍କର ଅମୂଲ୍ୟ ଆଶୀର୍ବାଦ, ଅକୁଣ୍ଠ ସମର୍ଥନ ଓ ଅତୁଟ ବିଶ୍ୱାସ ବଳରେ ମୁଁ ଯାଜପୁର ଜିଲ୍ଲା ର ସାଂସଦ ଭାବେ ପବିତ୍ର ଲୋକସଭା ରେ ଆପଣମାନଙ୍କର ସ୍ୱର ହୋଇପାରିଛି ।

ଗତ ଦୁଇ ବର୍ଷ ଧରି ମୁଁ ନିରନ୍ତର ଭାବେ ଆପଣମାନଙ୍କ ମଧ୍ୟରେ ରହି, ପ୍ରତ୍ୟେକ ଗ୍ରାମ ଓ ପ୍ରତ୍ୟେକ ପରିବାରର ସୁଖ-ଦୁଃଖର ସାଥୀ ହେବାକୁ ପ୍ରୟାସ କରିଛି । ଜନସାଧାରଣଙ୍କ ସମସ୍ୟାର ସମାଧାନ ଓ ଯାଜପୁର୍ ର ସର୍ବାଙ୍ଗୀନ ବିକାଶ ହିଁ ମୋର ପ୍ରାଥମିକତା ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ରହିବ ଆପଣମାନଙ୍କ ସ୍ନେହ, ସହଯୋଗ ଓ ଆଶୀର୍ବାଦକୁ ଶକ୍ତି ଭାବେ ନେଇ ଏକ ସଶକ୍ତ, ସମୃଦ୍ଧ ଏବଂ ବିକଶିତ ଯାଜପୁର ଗଠନ ପାଇଁ ମୁଁ ସଦା ସର୍ବଦା ସମର୍ପିତ ରହିବି ।

ଆପଣମାନଙ୍କ ସ୍ନେହ, ବିଶ୍ୱାସ ଓ ଆଶୀର୍ବାଦ ପାଇଁ ହୃଦୟରୁ କୃତଜ୍ଞ।
🙏 ଧନ୍ୟବାଦ ଯାଜପୁର 🙏

ବନ୍ଦେ ଉତ୍କଳ ଜନନୀ 🙏
ଜୟ ଜଗନ୍ନାଥ 🚩

Photos from Dr Rabindra Narayan Behera's post 29/05/2026

ଅରୁଣାଚଳ ପ୍ରଦେଶର ଟିପ୍ପି ଠାରେ। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଓ ଅର୍କିଡ୍‌ର ସମୃଦ୍ଧ ଭଣ୍ଡାର ମଧ୍ୟରେ କିଛି ସ୍ମରଣୀୟ ମୁହୂର୍ତ୍ତ। ଏହି ଅଞ୍ଚଳର ପର୍ଯ୍ୟଟନ ଓ ଜୈବ ବିବିଧତା ଦେଶ ପାଇଁ ଗର୍ବର ବିଷୟ।

Want your public figure to be the top-listed Public Figure in Bhubaneswar?
Click here to claim your Sponsored Listing.

Category

Telephone

Address


Sailashreevihar Phase 7
Bhubaneswar
751021