TKP Entertainment

TKP Entertainment

Share

ନୂଆ ନୂଆ କାହାଣୀ ଏବଂ କିଛି ନୂଆ କଥା ଜାଣିବାକୁ ଆମ Page କୁ Follow କରନ୍ତୁ |

07/05/2026

05/05/2026

02/09/2025

◆ _*💥ସମାଜ ସେବା 💥*_ ◆


ସମାଜ ସେବା : ଆପଣା ଆପଣା ଢଙ୍ଗରେ “

ମହିଳା ଙ୍କ କାହାଣୀ .......

“ ମୁଁ ସହର ର ଦୂର ଆଞ୍ଚଲ କୁ ଦୈନିକ ବସ ରେ ଯିବା ଆସିବା କରି କାର୍ଯ୍ୟ କରିଥାଏ । ବସ ଭିଡ ଥାଏ , ଅନେକ ଇନ ସ୍ଥାନ ତ ମିଳେ ନାହି , ତାହା ବାଦ ବସ ଷ୍ଟପ ରେ ଅନେକ ଦିନ ବହୁତ ସମୟ ଛିଡା ହୋଇ ଗୋଡ ବିନ୍ଧିଯାଏ ଯଦି ବସ ଡେରି ହେଲା ଆସିବାରେ ।

ସେମିତି ଦିନକର କଥା । ଅଫିସ ରୁ ଫେରିବା ସମୟ ରେ ମୋ ରାସ୍ତା ର ବସ ଟି ବୋଧେ କେଉଠି ଖରାପ ହୋଇ ଯାଇଥିବାରୁ ପର ବସ ଆସିବାକୁ ଅଧ ଘଣ୍ଟେ ରୁ ଅଧିକ ହୋଇଗଲା । ତେବେ ଯେଉଁ ବସ ଆସିଲା ଆଗରୁ ସେଥିରେ ଖଚା ଖଚ ଲୋକ ଭରିଯାଇଥିଲେ । ମୁଁ ପାଦ ବିନ୍ଧା ହଉଥିବାରୁ ଧୀରେ ଧୀରେ ଚଢି ଏକ ଖୁମ୍ବ କୁ ଧରି ଛିଡା ହେଲି । ସେତିକି ବେଳେ ମୋ ପାଖରେ ଥିବା ସିଟ ରେ ମଧ୍ୟ ବୟସ୍କା ଜଣେ ଶ୍ରମିକ ମହିଳା ଉଠିପଡି ମତେ କହିଲେ , “ ମାଡାମ , ଆପଣ ଏଇଠି ବସି ଯାଅନ୍ତୁ ।“

ସେତେବେଳେ ମୋର ମାନେ ପଡିଲା , ଆରେ ଇଯେ ତ ସେଇ ମହିଳା ଯିଏ ମୋ ପାଖରେ ବସ ଷ୍ଟପ ରେ ଛିଡା ହୋଇଥିଲେ , ହୁଏତ ମୋ ଆଗରୁ ଆସିଥିବେ । ତଥାପି ସେ ଉଠିଯାଇ ଥିବାରୁ ଓ ମୋ ଗୋଡ ବିନ୍ଧୁ ଥିବାରୁ ମୁଁ ଅନିଚ୍ଛା ସତ୍ବେ ବସିଲି ।

କିଛି ସମୟ ପରେ ମୋ ପାଖରେ ବସିଥିବା ବ୍ୟକ୍ତି ଜନକ ଗନ୍ତବ୍ୟ ଆସିଯାଇଥିବାରୁ ଉତୁରି ଗଲେ ଓ ମୁଁ ସେଇ ସିଟ ରେ ବସିବାକୁ ସେଇ ଶ୍ରମିକ ମହିଳା ଙ୍କୁ କହିଲି । କିନ୍ତୁ ସେଇ ମହିଳା ଜଣକ ଟିକିଏ ଦୂର ରେ ଥିବା ଜଣେ ବୟସ୍କ ବ୍ୟକ୍ତି ଙ୍କୁ ଡାକିଲେ ଓ ତାଙ୍କୁ ସେଇ ସିଟ ରେ ବସେଇ ନିଜେ ଆଗ ପରି ଠେଲା ପେଲା ରେ ଖୁମ୍ବ ଧରି ଛିଡା ହେଲେ । ଆଉ କିଛି ବାଟ ଗଲା ପରେ ସେଇ ବୟସ୍କ ବ୍ୟକ୍ତି ଜନକ ମଧ୍ୟ ଉତୁରିଲେ । ମୁଁ ପୁଣି ସେଇ ମହିଳା ଙ୍କୁ ସେଇ ସିଟ ରେ ବସିବାକୁ କହିଲି । ମହିଳା ଜନକ କିନ୍ତୁ ବସ ରେ ଗୋଟିଏ ଛୋଟ ଶିଶୁ ଧରି ଛିଡା ହେଇଥିବା ଜଣେ ଯୁବତୀ ଙ୍କୁ ଡାକିଲେ ଓ ସେଠାରେ ବସେଇଲେ । ମୁଁ ଟିକିଏ ଚକିତ ହେଲି । ତେବେ କିଇଛି ସମୟ ପରେ ସେଇ ମହିଳା ବି ତାଙ୍କ ଶିଶୁ କୁ ଧରି ଉତୁରି ଗଲେ । ଏବେ ମୁଁ ପୁଣି ସେଇ ଶ୍ରମିକ ମହିଳା ଙ୍କୁ କହିବାରେ ସେ ସେଇ ସିଟ ରେ ବସିଲେ । ଏତିକି ବେଳକୁ ବସ ର ଭିଡ ପ୍ରାୟ ଖାଲି ହୋଇଯାଇଥାଏ ଓ କିଛି ଜାଗା ବି ଖାଲି ହୋଇ ଯାଇଥାଏ । ମୁଁ ସମ୍ଭାଳି ନ ପରି ପଚାରିଲି , “ ଭଉଣୀ , ଆଜିକାଲି ଯୁଗ ରେ ସିଟ ଟିଏ ପାଇବା ପାଇଁ ବସ ରେ ଲୋକେ କେତେ ଗାଳି ଗୁଲଜ ବି କରିଥାନ୍ତି । କିନ୍ତୁ ତୁମେ ଥରେ ନୁହେ , ଦୁଇଥର ନୁହେ , ତିନି ତିନି ଥର ସିଟ ପାଇ ମଧ୍ୟ ଛାଡି ଦେଲ କାହିଁକି ? ତୁମକୁ କଣ କଷ୍ଟ ହଉ ନଥିବ ? ତୁମେ ବି ଷ୍ଟପ ରେ କେତେବେଳ ଯାଏ ଠିଆ ହୋଇଥିଲ । ତୁମ ଗୋଡ ବି କଷ୍ଟ ପାଉଥିବ ? “

ସେ କହିଲେ , :” ହଁ ମାଡାମ , ମୋତେ ବି କଷ୍ଟ ହଉଥିଲା । ସକାଳୁ ଏତେ କାମ କରି ହାଲିଆ ବି ଲାଗୁଥିଲା । ତେବେ ଆପଣ ଙ୍କ ଗୋଡ଼ ବିନ୍ଦୁ ଥିବାରୁ ଆପଣ ଧୀରେ ଧୀରେ ଆସି ଚଢିବା ଦେଖି ଆପଣଙ୍କୁ ବେସୀ କଷ୍ଟ ହଉଥିବ ବୋଲି ମୁଁ ଆପଣଙ୍କୁ ସିଟ ଟି ଦେଇ ଦେଲି । ତାପରେ ସିଟ ଖାଲି ହେଲା ପରେ ସେ ବୟସ୍କ ବ୍ୟକ୍ତି ଜଣକ ଠିଆ ହୋଇଥିବା ଦେଖି ମତେ କଷ୍ଟ ହେଲା । ତାଙ୍କୁ ଡାକି ବସେଇଲି । ମାଡାମ , ମୁଁ ବି ତ ଜଣେ ମା । ଛୁଆ ଟିକୁ କାଖେଇ ଭିଡ ରେ ଚଳନ୍ତା ବସ ରେ ଠିଆ ହେବା ଯେ କେତେ କଷ୍ଟ ତାହା ଜାଣେ ମୁଁ । ତେଣୁ ତାଙ୍କୁ ସିଟ ରେ ବସେଇଲି ।କିଛି ତ ଦୂର ଯାଉଛୁ ମଦାମ , ଜାଗା ଆସିଲେ ତ ବସ ସିଟ କୁ ଖାଲି କରି ଯିବା । ସେଇ ଟିକିଏ ସମୟ ରେ ଯଦି କେହି ଏମିତି ଙ୍କୁ ସାହାଜ୍ଯ କରି ହେବ , ଛୋଟ ହେଲେ ବି ପୂଣ୍ୟ ଟିକିଏ ତ ହେବ “ ମୁଁ ଶୁଣୁଥାଏ ଚକିତ ହୋଇ । ଭାବୁଥାଏ , କିଏ କହେ ମାନବିକତା ନ ଥାଏ ଏଇ ଗରିବ ଖଟି ଖିଆ ଲୋକଙ୍କ ଠାରେ !!!!! ହୁଏତ ବଡ ଲୋକ ଙ୍କ ପାଖରେ ନଥିବ ଏମିତି ଭାବନା । ତା ପରେ ମୁଁ ଭାବୁଥିବା ଦେଖି ସେ ମହିଳା ପୁଣି କାହିଲେ ,

“ ମାଡାମ , ଆମେ ଖଟି ଖିଆ ଗରିବ । ଆମେ ତ ଆଉ କିଛି ଦେଇ ପାରିବୁନି ସମାଜ କୁ , କିଛି ବଡ ପୂଣ୍ୟ ଅର୍ଜନ କରିବା ଆମ ଭାଗ୍ୟ ରେ କାହିଁ ? ତେବେ ଯେତେବେଳେ ବି ହୁଏ ଏମିତି ଛୋଟ ଛୋଟ ସାହାଜ୍ଯ ମୁଁ କରିଦିଏ । ସେଇ ବୟସ୍କ ଲୋକ , ସେଇ ଯୁବତୀ ଓ ଆପଣଙ୍କ ଆଶୀର୍ବାଦ ତ ମତେ ନିଶ୍ଚୟ ମିଳିବ ନା !!! ସେତିକି ପୂଣ୍ୟ ବି ବହୁତ ମଦାମ , ମୋ ପାଇଁ । ଯେବେ ସମୟ ହୁଏ ମୁଁ ରାସ୍ତା ରୁ ଗୋଡି ପଥର କାଢି ଦିଏ , ରାସ୍ତା ସଫା କରିଦିଏ , ବସ ରେ ଗଲା ବେଳେ ସବୁବେଳେ ଏପରି ବ୍ୟକ୍ତି ଙ୍କୁ ସିଟ ଦେଇଦିଏ । । ଏତିକି କଲେ ମତେ ଖୁବ ଖୁସି ମିଳେ ଓ ପୂଣ୍ୟ ବି ମିଳେ । “

ମୋ ଷ୍ଟପ ଆସିଗଲା । ମୁଁ ସେଇ ଅନନ୍ୟ ମହିଳା ଙ୍କୁ ଧନ୍ୟବାଦ ଟିଏ ଦେଇ ବସ ରୁ ଉତୁରି ଘର ଆଡେ ଗଲା ବେଳେ ଭାବୁଥାଏ ସେଇ କଥା । ସତରେ କେତେ ମାନବୀୟ ସେଇ ଶ୍ରମିକ ମହିଳା ଟି । ମୋ ଆଖି ଖୋଲି ଦେଲେ ଯେପରି । ଆଜି ପରି ଯୁଗରେ ଯେବେ ଲୋକ ସମାଜସେବା ନାମରେ ବଡ ବଡ କଥା କୁହନ୍ତି , ସେହିପରି ଛୋଟ ଛୋଟ କଥା ତ ନଜର ରେ ଆସେ ନାହି । ଧନୀ ଲୋକ ମାନେ ଆୟକର ବଞ୍ଚେଇବା ପାଇଁ ତାଙ୍କ ଦୁର୍ନୀତି ଉପାୟ ରେ ଅରଜିଥିବା କିଛି ଧନ କିଛି ଅନୁଷ୍ଠାନ କୁ ଦାନ ଦେଇ ବା ବାହା ନିଅନ୍ତି । ଲୋକେ ତାଙ୍କୁ କହନ୍ତି ଦାନୀ , ପୁଣତ୍ମା ଲୋକ ଟିଏ ବୋଲି । କିନ୍ତୁ ସେମାନେ କେବେ ଏହିପରି ଛୋଟ ଛୋଟ ପୂଣ୍ୟ ତ କେବେ କରନ୍ତିନି ।ବହୁତ କିଛି ଶିଖିହେଲା ସେଇ ମହିଳାଙ୍କ ଠାରୁ .....

༒ *ଜୟ ଜଗନ୍ନାଥ* ༒

Want your establishment to be the top-listed Arts & Entertainment in Deogarh?
Click here to claim your Sponsored Listing.

Category

Website

Address


Deogarh